ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେମିନାର ଅନୁଷ୍ଠିତ
ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆଜି ମାନସିକ ସ୍ୱାସ୍ଥ୍ୟ ଉପରେ ଗ୍ଲୋବାଲ୍ ଦୃଷ୍ଟିକୋଣ ଏବଂ ଜୀବନ ଦକ୍ଷତା ଶିକ୍ଷା ସମ୍ପର୍କିତ ଏକ ଜାତୀୟ ସେମିନାର୍ ଅନୁଷ୍ଠିତ ହୋଇଯାଇଛି। ପିଜି ଶିକ୍ଷା ବିଭାଗ ଏବଂ ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କକ୍ଷ ସରକାରୀ ମହିଳା ମହାବିଦ୍ୟାଳୟ, ସମ୍ବଲପୁର ଶିକ୍ଷା ବିଭାଗ, ଆଞ୍ଚଳିକ ଡିଗ୍ରୀ କଲେଜ, ପଦମପୁର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ ନୂଆଦିଲ୍ଲୀ ପ୍ରାୟୋଜନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆରଡ଼ିଇ ପ୍ରଫେସର ଉମାକାନ୍ତ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।