ସମ୍ବଲପୁର ମ୍ୟୁନିସିପାଲଟି: ଜାମା ମସଜିଦ ଓ ପଲଟନ ମସଜିଦ ସମ୍ମୁଖରେ ପ୍ରତିବାଦ କରାଯାଇ ବିକ୍ଷୋଭ ପ୍ରଦର୍ଶନ
ଆଜି ସମ୍ବଲପୁର ସହରର ଜାମା ମସଜିଦ ଓ ପଲଟନ ମସଜିଦ ସମ୍ମୁଖରେ କାଶ୍ମୀରର ପହଲଗାମ ଠାରେ ନିର୍ଦ୍ଧୋଷ ପର୍ଯ୍ୟଟକଙ୍କ ନିର୍ମମ ହତ୍ୟାକୁ ନେଇ ଦୃଢ଼ ପ୍ରତିବାଦ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାସହ ପାକିସ୍ଥାନ ବିରୋଧୀ ସ୍ଲୋଗାନମାନ ଦେଇ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଥିଲା। ପଲଟନ ମସଜିଦ ସମ୍ମୁଖରେ ପଲଟନ ମସଜିଦ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ସବୁ ସଭ୍ୟ ମାନେ ଏହି ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କାଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ସେହିପରି ସମ୍ବଲପୁର ଜାମା ମସଜିଦ ସମ୍ମୁଖରେ ମଧ୍ୟ ପ୍ରତିବାଦ କରାଯାଇଛି।