ଚମ୍ପୁଆ: ଷ୍ଟେସନରୋଡ ସ୍ଥିତ ଘରୁ ବିଷାକ୍ତ ରଣା ସାପ ଉଦ୍ଧାର କଲା ବନ ବିଭାଗ
ବଡବିଲ ରେଞ୍ଜ ଅଧିନସ୍ଥ ସହରର ଷ୍ଟେସନରୋଡ ସ୍ଥିତ ଏକ ଘରୁ ପ୍ରାୟ ୩ ଫୁଟ ଲମ୍ବର ବିଷାକ୍ତ ରଣା ସାପକୁ ବନ ବିଭାଗ କର୍ମଚାରୀ ଗତ ରାତିରେ ଉଦ୍ଧାର କରିଛନ୍ତି। ଘରେ ରଣାସାପ ରହିଥିବା ଦେଖି ଲୋକେ ବଡବିଲ ବନ ବିଭାଗକୁ ଖବର ଦେବାରୁ ଫରେଷ୍ଟ ସ୍କ୍ୱାର୍ଡ ଘଟଣା ସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିବା ସହ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଉଥିବା ସୂଚନା ରହିଛି।