ବାଲିପାଟଣା: ବିଶ୍ବନାଥପୁର ଠାରେ ସୁନା ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଲୁଟ
ଗୁରୁବାର ପୂର୍ବାହ୍ନ ପ୍ରାୟ ଦଶଟା ସମୟରେ ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ବନାଥପୁର ନିକଟ କୁକୁଡ଼ା ଫାର୍ମ ଠାରେ ସୁନା ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଲୁଟ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗତ କାଲି ବିଳମ୍ବିତ ରାତିରେ ଜଣେ ସୁନା ବ୍ୟବସାୟୀ ନିଜର କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ପାଞ୍ଚ ଜଣ ଯୁବକ ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଲୁଟ୍ କରିଥିଲେ ।