ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ଅଠାନ୍ତର ବେଙ୍ଗବତିରେ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ମଙ୍ଗଳବାର ଅପରାହ୍ନ ପ୍ରାୟ ତିନିଟା ସମୟରେ ଅବକାରୀ ବିଭାଗର ଏକ ଟିମ୍ ଖବର ପାଇ ବେଙ୍ଗବତି ବସ୍ତିରେ ଚଢ଼ାଉ ଜାରି ରଖି ଥିଲା । ଚଢ଼ାଉ ବେଳେ ଅବଦୁଲ ଅନସାରୀ ନାମକ ଯୁବକ ଠାରୁ ୨୨ ଗ୍ରାମର ବ୍ରାଉନ ସୁଗର ଜବତ କରିଥିଲା ଅବକାରୀ ବିଭାଗ। ଅବଦୁଲ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।