କୋରାପୁଟ ରେଳ ଷ୍ଟେସନରେ ୧୧ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ମହିଳା ଗିରଫ
ବିଶ୍ୱସ୍ତ ସୂଚନା ଆଧାରରେ ଟ୍ରେନ୍ରେ ବିହାର ଯିବାକୁ ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ତାଙ୍କ ସୁଟକେସ୍ରୁ ୧୧ କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି।
ଗିରଫ ମହିଳା ଜଣକ ବିହାର ରାଜ୍ୟର ଔରଙ୍ଗାବାଦ ଜିଲ୍ଲାର ସୁନୈନା ଦେବୀ ବୋଲି ରେଲୱେ ପୋଲିସ ସୂଚନା ଦେଇଛି।
ଏହି ଗଞ୍ଜେଇ କେଉଁ ଅଞ୍ଚଳରୁ ଆସିଥିଲା ଏବଂ ଏହି ଚୋରାଚାଲାଣ ରାକେଟ୍ରେ ଆଉ କିଏ କିଏ ସାମିଲ ଅଛନ୍ତି, ସେନେଇ ରେଲୱେ ପୋଲିସ ଅଧିକ ତଦନ୍ତ ଚଳାଇଛି।
ଖବର ଆମର, ମତାମତ ଆପଣଙ୍କର।
#Koraput #RailwayPolice #GanjaSeized #BreakingNews #OdishaNews #bihar