ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କିଟ ସ୍ଥିତ ଖାଉଗଳି ନିକଟରେ ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୪ ଅଭିଯୁକ୍ତଙ୍କୁ ଗିରଫ କଲା ଇନଫୋସିଟି ଥାନା ପୋଲିସ
ଅଭିଯୋଗକାରୀ ନିଜର ଜଣେ ବନ୍ଧୁଙ୍କ ସହ ମିଶି ଏକ କାର ଯୋଗେ କୀଟ ସ୍ଥିତ ଖାଉଗଳି ଅତିକ୍ରମ କରୁଥିବା ବେଳେ, ହଠାତ ଏକ କୁକୁର ତାଙ୍କ କାର ସମୁଖକୁ ଚାଲି ଆସି ଧକା ହୋଇଯାଇଥିଲା । ପରେ ଅଭିଯୋଗକାରୀ କୁକୁରର ଅବସ୍ଥା ଜାଣିବା ଲାଗି କାରକୁ ରାସ୍ତା ପାର୍ଶ୍ବରେ ପାର୍କିଂ କରି ସେଥିରୁ ଓଳ୍ହାଇବା କ୍ଷଣି ଚାରି ଜଣ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ମାନେ ତାଙ୍କୁ ଏବଂ ତାଙ୍କ ବନ୍ଧୁଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଉଭୟ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ । ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲାର ତଦନ୍ତ କରିଥିଲେ |