Surajtv Dfo Baleshwar WL ଗୁରୁଦାସପୁରରେ ବନ ବିଭାଗର ଚଢ଼ାଉ
ବେଆଇନ କାଠ ପରିବହନ ବେଳେ ଇଞ୍ଜିନ୍ ଚାଳିତ ଟ୍ରଲି ଜବତ, ଚାଳକ ଅଟକ
ବେଆଇନ କାଠ ଚାଲାଣ ଉପରେ ଜଳେଶ୍ୱର ବନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ। ବିଶ୍ୱସନୀୟ ସୂତ୍ରରୁ ସୂଚନା ପାଇ ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନର ଡିଏଫ୍ଓଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ୱର ରେଞ୍ଜ ଅଫିସର ଶିଶିର କୁମାର ବେହେରାଙ୍କ ନେତୃତ୍ୱରେ ଗୁରୁଦାସପୁର ନିକଟରେ ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟରେ ବିନା ବୈଧ ପରମିଟ୍ ଓ ଆବଶ୍ୟକୀୟ କାଗଜପତ୍ରରେ ଆମ୍ବ, ଅର୍ଜୁନ ଓ ପାଣିଗମ୍ଭାରୀ ପ୍ରଜାତିର ଗୋଲ୍ କାଠ ପରିବହନ କରୁଥିବା ଏକ ଇଞ୍ଜିନ୍ ଚାଳିତ ଟ୍ରଲି ରିକ୍ସାକୁ ବନ ବିଭାଗ ଜବତ କରିଛି।