ସୁବର୍ଣ୍ଣରେଖା ରେ ନଦୀ କୂଳ ରାଜଘାଟ ରେ ହେବ ବାଲିଯାତ୍ରା : ପ୍ରଣାମ ଭାରତ
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ରାଜଘାଟ ସ୍ଥିତ ସୁବର୍ଣ୍ଣ ରେଖା ନଦୀ କୂଳ ବେଣାପୁରା ଠାରେ ଗତ ତିନି ବର୍ଷ ଧରି ଏକ ସାମାଜିକ ମଙ୍ଗଳକାରୀ ଓ ବିକାଶନ୍ନମୁଖି ସଂଗଠନ ପ୍ରଣାମ ଭାରତ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ବହୁ ଆଡମ୍ବର ରେ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ଏହି ସଂଗଠନ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏକ ନୂତନ ଫର୍ଦ୍ଦ ଯୋଡିବାକୁ ଯାଉଛି। ଉତ୍ତର ବାଲେଶ୍ୱର ର ପ୍ରଥମ କରି ସୁବର୍ଣ୍ଣ ରେଖା ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ଗୁରୁବାର ଅପରାହ୍ନ ରେ ବେଣା ପୁରା ଠାରେ ପ୍ରଣାମ ଭାରତ ର କର୍ମକର୍ତ୍ତା ଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଗତ ୩ ବର୍ଷ ଧରି ରାଜଘାଟ ରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇ ଆସୁଥିଲା। ଓଡିଶା ର ପରମ୍ପରା ଓ ଅଞ୍ଚଳ ର ପରମ୍ପରା କୁ ପାଥେୟ କରି ଚଳିତ ବର୍ଷ ବାଲିଯାତ୍ରା କୁ ଆରମ୍ଭ କରାଯିବ। ୨୪ ନଭେମ୍ବର ରୁ ଏହି ମେଳା ଆରମ୍ଭ ହୋଇ ୨୮ରେ ଉଦଯାପିତ ହେବ। ଏହି ବାଲିଯାତ୍ରା ରେ ରାଜ୍ୟ ସହିତ ରାଜ୍ୟ ବାହାରୁ ୮୦ ରୁ ଊର୍ଦ୍ଧ ଷ୍ଟଲ ଆସିବ। ଏହି ବାଣିଜ୍ୟକ ମେଳା କୁ ସରଷ ସୁନ୍ଦର କରିବା ପାଈଁ ପ୍ରତ୍ୟକ ଦିନ ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ସଭା ଅନୁଷ୍ଠିତ ହେବ। ଏହି ସଭା ରେ ପ୍ରଶାସନିକ ଅଧିକାରୀ, ଚଳଚିତ୍ର ତାରକା ଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉତ୍ତର ବାଲେଶ୍ୱର ର ବିକାଶ ପାଈଁ ଏକ ନିଯୁକ୍ତି ମେଳା ଆୟୋଜନ କରାଯିବ। ରାଜ୍ୟ ବାହାରୁ କମ୍ପାନୀ ମାନେ ଆସି ଯୋଗ୍ୟତା ଭିତ୍ତି ରେ ପିଲାଙ୍କୁ ନିଯୁକ୍ତି ଦେବେ। ବୋଇତ ବନ୍ଦାଣ ଉତ୍ସବ ରେ ଭୋର ୩ ଟା ରୁ ଭଜନ ସନ୍ଧ୍ୟା, ପରେ ଶିବ ପୂଜା, ସକାଳ ୬ ରେ ଆଳତି କାର୍ଯ୍ୟକ୍ରମ, ପରେ ସାଧବ ବେଶ ରେ ବୋଇତ ବନ୍ଦାଣ ଓ ନୌକା ଯାତ୍ରା ଅନୁଷ୍ଠିତ ହେବା ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି। ଏହି ବାଲିଯାତ୍ରା ଲୋକଙ୍କୁ ବେଶ ଉତ୍ସାହିତ କରିବ ଵୋଲି ପ୍ରଣାମ ଭାରତ ସଂଗଠନ ସଦସ୍ୟ ଆଶା ବ୍ୟକ୍ତ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ ସଂଗଠନ ର ସଭାପତି ରଂଜିତ ମହାନ୍ତି, କାର୍ଯ୍ୟ କାରି ସଭାପତି ପର୍ଶୁରାମ ପରିଡା, ନୃସିଂହ ଦାସ ମହାପାତ୍ର, ଦେବ ଜ୍ୟୋତି ଦାସ ମହାପାତ୍ର, ଆବାହକ ସଂଯୋଜକ ପରମାନନ୍ଦ ମହାପାତ୍ର, ସମ୍ପାଦକ ଘନ ଶ୍ୟାମ ବିଶ୍ୱାଳ ଙ୍କ ସହିତ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇ ଥିଲେ। ୧୬ ନମ୍ବର ଜାତୀୟ ରାଜପଥ କୁ ଏହି ବାଲି ଯାତ୍ରା ସିଧା ସଳଖ ସଂଯୋଗ କରିଥିବା ରୁ ଅଧିକ ଲୋକ ସମାଗମ ହେବା ଆଶା କରି ସଂଗଠନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦ ବ୍ୟସ୍ତ କରାଯାଇଥିବା ଆୟୋଜକ କମିଟି ପକ୍ଷରୁ କୁହା ଯାଇଛି।