ବଡ଼ଗାଁ ମୁସଲିମ ପଡ଼ାର ଜଣେ ମହିଳା ଙ୍କ ନିକଟକୁ ବନ୍ଧଢିପା ଗ୍ରାମ ର ଜଣେ ମହିଳା ଗୋମାଂସ ବିକ୍ରୀ କରିବାକୁ ନେଇଥିବା ଘଟଣା କୁ ନେଇ ଚାପା ଅସନ୍ତୋଷ ପ୍ରକାଶ ପାଇଛି।। ଘଟଣା ଅନୁଯାୟୀ ବନ୍ଧଢିପା ପଡ଼ା ର ପ୍ରେମଲତା ରୋହିଦାସ ତିନିଟି ପଲିଥିନ ରେ ଗୋ ମାଂସ ନେଇ ଶୁକ୍ରବାର ଅପରାହ୍ନରେ ମୁସଲିମ ପଡ଼ା ର କଲକତି ମୁଖି ଙ୍କ ଘରକୁ ଯାଇଥିଲେ। ତାଙ୍କୁ ଗାଈ ମାଂସ କିଣିବାକୁ କହିବାରୁ ସେ ଗାଈ ମାଂସ ଖାଉନଥିବା କହିଥିଲେ। ଏହାପରେ ବଜରଙ୍ଗ ଦଳ ର କର୍ମକର୍ତ୍ତା ରାଜେଶ ଦାସ, ରାଜବୀର କରସେଲ, ଆଦିତ୍ୟ ମୁଖୀ, ନୀତେଶ ଭଞ୍ଜ, ଅଭିଷେକ ସେଠୀ ସହିତ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସ କୁ ସୂଚନା ଦେଇଥିଲେ।