ଗୁରୁବାର ଦିନ ପ୍ରାୟ ୧୨ ଟାରେ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୫ ପାଳନ ଅବସରରେ ରାଇରଙ୍ଗପୁର ସ୍ଥିତ ମହତାବ ଭବନ ଠାରେ 'ବାମନଘାଟି ଉପଖଣ୍ଡ ସ୍ତରୀୟ ମହୋତ୍ସବ' ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାରସକଣା ବିଧାୟକ ଭାଦବ ହାଁସଦା ଯୋଗ ଦେଇଥିଲେ। ଆତ୍ମ ନିର୍ଭର ଭାରତ ପାଇଁ ସମବାୟ ଏକ ମାଧ୍ୟମ ଅଟେ ବୋଲି ବିଧାୟକ ମହଦୋୟ ନିଜ ବକ୍ତବ୍ୟରେ କହିଥିଲେ।