କୋରାପୁଟ ସହର: କୋଡିଙ୍ଗା ମାଳି ବକ୍ସାଇଟ ଖନନକୁ ବିରୋଧ କରି ଦଳଗତ ନିର୍ବିଶେଷରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ନେତା ସହ ଗ୍ରାମବାସୀ ପ୍ରତିକ୍ରିୟା ରଖିଛନ୍ତି
ଲକ୍ଷ୍ମୀପୁର ବ୍ଳକ ଅନ୍ତର୍ଗତ କୋଡ଼ିଙ୍ଗାମାଳି ପର୍ବତରୁ ବକ୍ସାଇଟ ଖନନକୁ ବିରୋଧ କରି ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକ ସର୍ବ ଦଳୀୟ ନେତା ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି। ବୁଧବାର ପୁର୍ବାହ୍ନରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ପୁର୍ବତନ ସାଂସଦ ଝିନ୍ନ ହିକକା ,ପୁର୍ବତନ ବିଧାୟକ ପ୍ରଭୁ ଜାନି, କୃଷ୍ଣ ସଗରିଆ ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ଗ୍ରାମବାସୀ ସହ ସ୍ଥାନୀୟ ଜନ ପ୍ରତିନିଧି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଖଣି ଖନନକୁ ବିରୋଧ କରିଛନ୍ତି । କୋରାପୁଟ ଜିଲ୍ଲାପାଳ କାର୍ଯ୍ୟଳୟ ପରିସରରେ ଦିନ ୨ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ଲକ୍ଷ୍ମୀପୁର ବିଧାୟକ ।