#କୋରାପୁଟ_ସହରରେ_ରାସ୍ତା_ନା_ମରଣଯନ୍ତା?
କୋରାପୁଟ ସହର ଅଶୋକ ନଗରସ୍ଥିତ ବିକାଶ ମେଡିକାଲ ସମ୍ମୁଖ ରାସ୍ତାରେ ଦୟନୀୟ ଅବସ୍ଥା। ରାସ୍ତା ସାରା ବଡ଼ ବଡ଼ ଗାତ, ଆଉ ବର୍ଷା ହେଲେ ଗାତରେ ଜମି ରହୁଛି ପାଣି। ଫଳରେ ଗାତ ଚିହ୍ନଟ କରିବା କଷ୍ଟକର ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଛି।
ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡ଼ି ବରିଗୁମ୍ମା ଅଭିମୁଖେ ଯାତାୟାତ କରୁଛି। ଏପଟେ ଟ୍ରେନର ପାଣି ମଧ୍ୟ ରାସ୍ତା ଉପରକୁ ଆସୁଥିବା ଅଭିଯୋଗ ହେଉଛି। ରାସ୍ତାରେ ପାଣି ଜମିବା ସହ ସୃଷ୍ଟି ହେଉଛି ଅପରିଷ୍କାର ପରିବେଶ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏଠାରେ ଅନେକ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇସାରିଛନ୍ତି। ଏଭଳି ଅବ୍ୟବସ୍ଥା ଦେଖି ସହରବାସୀଙ୍କ ପ୍ରଶ୍ନ—ଏହା କୋରାପୁଟ ସହର ନା ଗାଁ?
ବଡ଼ ଦୁର୍ଘଟଣାକୁ ଅପେକ୍ଷା ନକରି ତୁରନ୍ତ ରାସ୍ତାର ଗାତ ମରାମତି ସହ ପାଣି ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଦାବି ହୋଇଛି।
#Koraput #KoraputNews #RoadProblem #RoadSafety #AshokNagar #KoraputCity #OdishaNews