କେନ୍ଦୁଝର ସଦର: କେନ୍ଦୁଝର: ତାଳଡିହି ଅଞ୍ଚଳରେ ବନବିଭାଗର ଚଢ଼ାଉ, 10ଟି ଶାଳଗଣ୍ଡି ଜବତ
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତାଳଡିହି ଅଞ୍ଚଳରେ ବନବିଭାଗ ଚଢ଼ାଉ କରି 10ଟି ଶାଳଗଣ୍ଡି ଜବତ କରିଛି। ବେଆଇନ ଭାବେ ଗଛ କଟାଯାଇ କାଠ ଗଚ୍ଛିତ ଥିବା ନେଇ ସୂଚନା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।