ରାଜଗାଙ୍ଗପୁର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ସଂସ୍କୃତ ସପ୍ତାହ ସମାପନ ଦିବସ ପାଳିତ ଯୋଗ ଦେଲେ ବ୍ଳକ ଶିକ୍ଷା ଅଧିକାରୀ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ସଂସ୍କୃତ ସପ୍ତାହ ସମାପନ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବଡ଼ଗାଁ ବ୍ଳକ ଶିକ୍ଷା ଅଧିକାରୀ ଶାନ୍ତି ମୁନି ସୁରେଖା ହିରୋ ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ସଂସ୍କୃତ ଭାଷାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ।