ସମ୍ବଲପୁର ମ୍ୟୁନିସିପାଲଟି: ବରେଇ ପାଲି ଛକ ନିକଟରେ ଜାତୀୟ ରାଜପଥ ୫୫ କୁ ଅବରୋଧ କଲେ ସମ୍ବଲପୁର ଶ୍ରୀ ରାମ ଜନ୍ମୋତ୍ସବ ସମିତି
ବରେଇ ପାଲି ଛକ ନିକଟରେ ଜାତୀୟ ରାଜପଥ ୫୫ କୁ ଅବରୋଧ କଲେ ଶ୍ରୀ ରାମ ଜନ୍ମୋତ୍ସବ ସମିତି ସମ୍ବଲପୁର l ମୁର୍ଷିଦାବାଦ ଓ କାଶ୍ମୀର ପହଲଗାମ ରେ ହିନ୍ଦୁ ମହିଳା ଓ ପର୍ଯ୍ୟଟକ ମାନଙ୍କ ବିରୁଦ୍ଧରେ ଘଟିଥିବା ନିର୍ମମ ହିଂସା, ହତ୍ୟା ଓ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦ ରେ ଏ ରାସ୍ତା ରୋକ l ରାସ୍ତାର ଉଭୟ ପଟରେ ସହ ସହ ଗାଡି ଅଟକି ରହିଛି l ଦୁଇ ଘଣ୍ଟା ଧରି ଚାଲିବାକୁ ଥିବା ରାସ୍ତା ରୋକ ରେ ସ୍ଥାନୀୟ ଲୋକେ ମଧ୍ୟ ସାମିଲ ହୋଇଛନ୍ତି l କେବଳ ଆମ୍ବୁଲାନ୍ସ କୁ ଛାଡି ଦେଲେ ଯାତାୟାତ ସମ୍ପୂର୍ଣ ବନ୍ଦ ରହିଛି l ପାକିସ୍ତାନ ର ଆତଙ୍କବାଦୀ ମାନେ ଯେଉଁଭଳି ବର୍ବରତା ଘଟାଇଛନ୍ତି ତାକୁ ଦୃଢ଼ ଭାବରେ