ଭଦ୍ରକ: କଣ୍ଟ୍ରୋଲ ରୁମ୍ରେ ବାତ୍ୟା “ଆକଭାନ”ର ତଦାରଖ କରୁଛନ୍ତି ପର୍ଯ୍ୟବେକ୍ଷକ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତ୍ତୀ, ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା “ଆକଭାନ”କୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ବାତ୍ୟା ନିମନ୍ତେ ପର୍ଯ୍ୟବେକ୍ଷକ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ଭଦ୍ରକ ଜିଲ୍ଲା ରେ ପହଞ୍ଚି ଜିଲ୍ଲା କଣ୍ଟ୍ରୋଲ ରୁମ୍ରେ ବାତ୍ୟା ପରିସ୍ଥିତିର ତଦାରଖ କରିଛନ୍ତି।
ଏହି ସମୟରେ ଭଦ୍ରକ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବିନାରାୟଣ ସାହୁ (ରାଜସ୍ଵ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସରୋଜ ଦତ୍ତ (ସାଧାରଣ) ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ।
କଣ୍ଟ୍ରୋଲ ରୁମ୍ରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରି ସେ ସ୍ଥାନାନ୍ତରଣ, ରିଲିଫ୍, ଔଷଧ, ଆଶ୍ରୟସ୍ଥଳୀ ପ୍ରସ୍ତୁତି, ପାଣି ଟ୍ୟାଙ୍କ, ଗର୍ଭବତୀ ମହିଳାଙ୍କ ସୁରକ୍ଷା ଓ ପାଣିପାଗ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜିଲ୍ଲାର ସମସ୍ତ ବ୍ଲକ୍ରୁ ଆସୁଥିବା ରିପୋର୍ଟ ବିଷୟରେ ପଚାରି ବୁଝିଥିଲେ ଓ କଣ୍ଟ୍ରୋଲ ରୁମ୍ର ପରିଚାଳନା ବିଷୟରେ ତଦାରଖ କରିଥିଲେ।
#citykhabarbhadrak