ରାସ ପୂର୍ଣ୍ଣିମା ବାଲିଯାତ୍ରା ମହୋତ୍ସବ କଳାପାଣି ଠାରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବୁଧବାର ସନ୍ଧ୍ୟା 6 ଘଣ୍ଟା ସମୟରେ କଂସ ଦରବାର ଅନୁଷ୍ଠିତ ହୋଇଯାଇଛି | ଗତ 1 ତାରିଖ ରୁ ଏହି ଯାତ୍ରା ଚାଲିଥିବା ବେଳେ ଆଜି ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି | ଏହି ଅବସରରେ ବହୁ ଲୋକଙ୍କ ସମାଗମ ରହିଛି | ଆଜି ପବିତ୍ର ରାସ ପୁର୍ଣିମା ଭୋର ସକାଳୁ ଭକ୍ତ ମାନେ ଗାଧୋଇ ପୂଜା ଅର୍ଚନା କରିଥାନ୍ତି | ଏହି ଅବସରରେ କଳାପାଣି ଠାରେ ଧୁମ ଧାମରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା ବହୁ ଭକ୍ତ ମାନେ ପୂଜା ଅର୍ଚନା କରିଥିଲେ ।