ମହାକାଳପଡା: ଭଗବାନପୁର ଗ୍ରାମରେ ଅନୁଷ୍ଠିତ ମା' ବାସନ୍ତିଦୁର୍ଗାଙ୍କ ପୂଜାରେ ଯୋଗଦେଲେ ମନ୍ତ୍ରୀ
ମହାକାଳପଡା ନିର୍ବାଚନ ମଣ୍ଡଳୀର ବେରୁହାଁ ପଞ୍ଚାୟତର ଭଗବାନପୁର ଗ୍ରାମରେ ଅନୁଷ୍ଠିତ ମା' ବାସନ୍ତିଦୁର୍ଗାଙ୍କ ପୂଜାରେ ଆଜି ସନ୍ଧ୍ୟାରେ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦାନ କରିଛନ୍ତି । ଏହି ଅବସରରେ ପୂଜକଙ୍କ ସହ କିଭଳି ଶୃଙ୍ଖଳାର ସହ ପୂଜା ସମ୍ପନ୍ନ ହେବ ଓ ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଥିଲେ l