ମାତ୍ର ୩ କିଲୋମିଟର ଦୂରତାକୁ ସିଧାସଳଖ ଯାଇ ନପାରି ପ୍ରାୟ ୬୦ କିଲୋମିଟର ବୁଲି ଯିବାକୁ ପଡୁଛି। ଫଳରେ ଲୋକଙ୍କର ସମୟ ଓ ଅର୍ଥ ଉଭୟ ନଷ୍ଟ ହେଉଛି। ତେବେ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନେକ ସମୟରେ ଲୋକେ ଡଙ୍ଗା ଉପରେ ନିର୍ଭର କରୁଛନ୍ତି। ଡଙ୍ଗାରେ କେବଳ ଲୋକ ନୁହେଁ, ଗାଡ଼ି ମଧ୍ୟ ଜଳଭଣ୍ଡାର ପାର କରାଯାଉଛି। ତେବେ ବର୍ଷା ଦିନରେ ପବନ ଓ ଉଚ୍ଚ ଲହଡ଼ି ଯୋଗୁଁ ଡଙ୍ଗା ଯାତ୍ରା ବିପଦପୂର୍ଣ୍ଣ ହୋଇପଡୁଛି। ଜୀବନକୁ ହାତମୁଠାରେ ଧରି ଜଳଭଣ୍ଡାର ପାର ହେଉଛନ୍ତି ଅଞ୍ଚଳବାସୀ।ଜରୁରୀ ସମୟରେ ଡଙ୍ଗା ହିଁ ଭରସା ସବୁଠାରୁ ଅଧିକ ସମସ୍ୟା ଦେଖାଦେଉଛି,
ସିନ୍ଧିପୁଟ ବ୍ରିଜ୍ର ନିର୍ମାଣ କାମ ଶେଷ ହେଲେ ଦୁଇ ପାର୍ଶ୍ୱର ଲୋକଙ୍କ ମଧ୍ୟରେ ଯାତାୟାତ ଆହୁରି ସୁଗମ ହେବ। ଦୀର୍ଘ ବୁଲାଣି ରାସ୍ତା ଓ ବିପଦପୂର୍ଣ୍ଣ ଡଙ୍ଗା ଯାତ୍ରାରୁ ଲୋକଙ୍କୁ ମୁକ୍ତି ମିଳିବା ସହ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ।କୋଲାବ ଜଳଭଣ୍ଡାର ଉପରେ ସିନ୍ଧିପୁଟ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି।ସିନ୍ଧିପୁଟ ବ୍ରିଜ୍ କେବଳ ଦୁଇ ପାର୍ଶ୍ୱକୁ ନୁହେଁ, ଯୋଡ଼ିବ ଲୋକଙ୍କ ସ୍ୱପ୍ନ ଓ ସମ୍ଭାବନାକୁ।