ବିଧାୟକ ଶ୍ରୀ ଦୁର୍ଗାଙ୍କ ପ୍ରୟାସ କ୍ରମେ କାର୍ତ୍ତିକ ମାସ ବ୍ରତଧାରୀଙ୍କ ଦାବି ପୂରଣ
ରାଉରକେଲା : ବର୍ତ୍ତମାନ ପବିତ୍ର କାର୍ତ୍ତିକ ମାସ ଅବସରରେ ବିଭିନ୍ନ ସ୍ଥାନରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ କାର୍ତ୍ତିକ ବ୍ରତଧାରୀମାନେ ମାସ ସାରା ରହି ମହାପ୍ରଭୁଙ୍କ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି । ଏହି କ୍ରମରେ ରାଉରକେଲା ସେକ୍ଟର-୩ ସ୍ଥିତ ଜଗନ୍ନାଥ ମନ୍ଦିର ପରିଷରରେ ପ୍ରାୟ ୪୦ରୁ ଉର୍ଦ୍ଧ୍ଵ କାର୍ତ୍ତିକ ବ୍ରତଧାରୀ(ହବିସିଆଳି)ମାନେ ରହି ଭଗବାନଙ୍କ ବିଶେଷ ପୂଜାର୍ଚ୍ଚନା କରୁଛନ୍ତି । ଏହି ବ୍ରତଧାରୀ ମାନେ ଆସନ୍ତା ୨୪ନଭେମ୍ବର 26 ପର୍ଯ୍ୟନ୍ତ ମନ୍ଦିରରେ ରହିବେ । ବ୍ରତଧାରୀଙ୍କ ବ୍ୟବସ୍ଥା ସମ୍ବନ୍ଧରେ ବୁଝିବା ପାଇଁ ଗତକାଲି ସନ୍ଧ୍ୟାରେ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀ ବ୍ରତଧାରୀଙ୍କ ପାଖକୁ ଜାଇ ସେମାନଙ୍କର ସୁବିଧା ଅସୁବିଧା ସମ୍ବନ୍ଧରେ ପଚାରି ବୁଝିଥିଲେ । ଏହି ସମୟରେ ବ୍ରତଧାରୀ ମାନଙ୍କ ଗାଧୋଇବା ଏବଂ ଶୌଚ ପାଇଁ ଥିବା ୨/୩ ଟି ଶୌଚାଳୟ ପର୍ଯ୍ୟାପ୍ତ ନଥିବା କାରଣରୁ ସେମାନେ ସକାଳର ନିତ୍ୟକର୍ମ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସାରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା କଥା କହି ଏଥିପାଇଁ କିଛି ବ୍ୟବସ୍ଥା କରିଦେଲେ ଭଲ ହୁଅନ୍ତା ବୋଲି ବ୍ରତଧାରୀମାନେ ବିଧାୟକ ଶ୍ରୀ ଦୁର୍ଗାଙ୍କୁ କହିଥିଲେ । ଏକଥା ଶୁଣିବାପରେ ଵିଧ୍ୟାୟକ ଶ୍ରୀ ଦୁର୍ଗା ତନ୍ତୀ ଗତକାଲି ରାତ୍ରିରେ ହିଁ ୱ!ଟକୋ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀଙ୍କ ପରାମର୍ଶକୁ ଗମ୍ଭୀରତାର ସହିତ ନେଇ ୱଟକୋ ପକ୍ଷରୁ ଆଜି ସକାଳ ୧୦ଘଟିକା ସମୟରେ ସେକ୍ଟର-୩ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା କାର୍ତ୍ତିକ ବ୍ରତଧାରୀଙ୍କ ନିବାସ ନିଜଟରେ ସମୁଦାୟ ୬ଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯାଇଅଛି । ଫଳରେ ବର୍ତ୍ତମାନ କାର୍ତ୍ତିକ ବ୍ରତଧାରୀମାନଙ୍କ ସମସ୍ୟାର ସମାଧାନ ହୋଇପାରିଛି । ବିଧାୟକ ଶ୍ରୀ ଦୁର୍ଗାଙ୍କ ଏହି ତ୍ୱରିତ ପଦକ୍ଷେପ ପାଇଁ ସମସ୍ତ କାର୍ତ୍ତିକ ବ୍ରତଧାରୀ ବେଶ ଆନନ୍ଦିତ ଅଛନ୍ତି ।