Public App Logo
Jansamasya
News
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
Education

#ଭୋଜି_ଖାଇ_ବୟସ୍କ_ଓ_ଶିଶୁ_ଝାଡାଵନ୍ତି_ରୋଗରେ_ଆକ୍ରାନ୍ତ ।। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଖରିଦା ଗ୍ରାମରେ, ଗତ କାଲି ସନ୍ଧ୍ୟା ସମୟରେ ଗ୍ରାମର ବିଜୟ ମହାନ୍ତିଙ୍କର ନୂତନ ଘର ପ୍ରଦିଷ୍ଟ। ଥିଲା ବେଳେ ଗ୍ରାମବାସୀମାନଙ୍କୁ ଭୋଜି ଖାଇବାକୁ ନିମନ୍ତ୍ରଣ କରିଥିଲେ, ଗ୍ରାମର ସମସ୍ତ ଲୋକ ଭୋଜି ଖାଇଥିଲା ବେଳେ ଆଜି ଅପରାହ୍ନ ସମୟରେ ୩୦ରୁ ଅଧିକ ବୟସ୍କ, ମହିଳା ପୁରୁଷ ସହିତ ଛୋଟ ଛୋଟ ଶିଶୁମାନେ ଝାଡାଵନ୍ତି ରୋଗରେ ଆକ୍ରାନ୍ତ ହୋଇଥିଲେ ! #balasore #jalasore #OdishaNews #OdiaNews Er Sk Jagiruddin Mahima TV Ajit Kumar Sahoo Journalist Rajesh Giri Rajkishore Behera @top fans

Basta, Balasore | Aug 7, 2026

MORE NEWS

ଭୋଗରାଇ ବ୍ଲକ ଭିତରେ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ।

ଭୋଗରାଇ ବ୍ଲକ ଭିତରେ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ।

Basta, Balasore | Aug 7, 2026

#ଗୋରୁ_ଭର୍ତ୍ତି_ସ୍କର୍ପିଓ_ଜବତ !
#ଡ୍ରାଇଭର_ଫେରାର !

ବାଲେଶ୍ୱର ଜିଲ୍ଲା ବସ୍ତା ପୋଲିସ ଏକ ଗୋରୁ ଭର୍ତ୍ତି ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥର ନାଇକୁଡ଼ି ଛକ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ଉପରେ ସନ୍ଦେହ କରି ଅଟକାଇବାକୁ ଚେଷ୍ଟା କରିଥିଲା।ପୋଲିସକୁ ଦେଖି ଗାଡ଼ି ଚାଳକ ସ୍କର୍ପିଓକୁ ଛାଡ଼ି ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲେ। ପରେ ପୋଲିସ ଗାଡ଼ିଟିକୁ ଜବତ କରି ଥାନାକୁ ଆଣି ଯାଞ୍ଚ କରିବା ବେଳେ ସେଥିରୁ ୪ଟି ଗୋରୁଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ଆବଶ୍ୟକ ଚିକିତ୍ସା ଓ ଯତ୍ନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ, ଫେରାର ଡ୍ରାଇଭରଙ୍କୁ ଧରିବା ପାଇଁ ବସ୍ତା ପୋଲିସ ତଦନ୍ତ ଜାରି ରଖିଛି।

#spbalasore #OdishaPolice #bastapolice

#ଗୋରୁ_ଭର୍ତ୍ତି_ସ୍କର୍ପିଓ_ଜବତ ! #ଡ୍ରାଇଭର_ଫେରାର ! ବାଲେଶ୍ୱର ଜିଲ୍ଲା ବସ୍ତା ପୋଲିସ ଏକ ଗୋରୁ ଭର୍ତ୍ତି ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥର ନାଇକୁଡ଼ି ଛକ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ଉପରେ ସନ୍ଦେହ କରି ଅଟକାଇବାକୁ ଚେଷ୍ଟା କରିଥିଲା।ପୋଲିସକୁ ଦେଖି ଗାଡ଼ି ଚାଳକ ସ୍କର୍ପିଓକୁ ଛାଡ଼ି ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲେ। ପରେ ପୋଲିସ ଗାଡ଼ିଟିକୁ ଜବତ କରି ଥାନାକୁ ଆଣି ଯାଞ୍ଚ କରିବା ବେଳେ ସେଥିରୁ ୪ଟି ଗୋରୁଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ଆବଶ୍ୟକ ଚିକିତ୍ସା ଓ ଯତ୍ନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ, ଫେରାର ଡ୍ରାଇଭରଙ୍କୁ ଧରିବା ପାଇଁ ବସ୍ତା ପୋଲିସ ତଦନ୍ତ ଜାରି ରଖିଛି। #spbalasore #OdishaPolice #bastapolice

Basta, Balasore | Aug 7, 2026

#ନଦୀରେ_ବୁଡି_୬ବର୍ଷର_ଶିଶୁ_ପୁତ୍ର_ମୃତ  !!

 ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ପତ୍ରଝଡ଼ା ପଞ୍ଚାୟତର ନାଭ ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଆଜି ଦିବା ପ୍ରାୟ ୧୨ଟା ସମୟରେ ତପୁ ବାସ୍କେଙ୍କ ୬ ବର୍ଷ ବୟସର ପୁଅ ବିଜୟ ବାସ୍କେ ଘର ନିକଟରେ ଖେଳୁଥିବା ବେଳେ ଅସାବଧାନତାବଶତଃ ନଦୀରେ ପଡ଼ିଯାଇଥିଲେ।ଶିଶୁଟି ଦୀର୍ଘ ସମୟ ଧରି ଘରକୁ ଫେରି ନ ଆସିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ନ ମିଳିବାରୁ ବସ୍ତା ଦମକଳ ବାହିନୀକୁ ଖବର ଦିଆଯାଇଥିଲା।ଖବର ପାଇ ବସ୍ତା ଦମକଳ ବାହିନୀ ଓ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଶିଶୁଟିକୁ ନଦୀରୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ କର୍ତ୍ତବ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବସ୍ତା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

#NewsUpdate #Basta #Balasore 
Ajit Kumar Sahoo Journalist t @top fans

#ନଦୀରେ_ବୁଡି_୬ବର୍ଷର_ଶିଶୁ_ପୁତ୍ର_ମୃତ !! ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ପତ୍ରଝଡ଼ା ପଞ୍ଚାୟତର ନାଭ ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଆଜି ଦିବା ପ୍ରାୟ ୧୨ଟା ସମୟରେ ତପୁ ବାସ୍କେଙ୍କ ୬ ବର୍ଷ ବୟସର ପୁଅ ବିଜୟ ବାସ୍କେ ଘର ନିକଟରେ ଖେଳୁଥିବା ବେଳେ ଅସାବଧାନତାବଶତଃ ନଦୀରେ ପଡ଼ିଯାଇଥିଲେ।ଶିଶୁଟି ଦୀର୍ଘ ସମୟ ଧରି ଘରକୁ ଫେରି ନ ଆସିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ନ ମିଳିବାରୁ ବସ୍ତା ଦମକଳ ବାହିନୀକୁ ଖବର ଦିଆଯାଇଥିଲା।ଖବର ପାଇ ବସ୍ତା ଦମକଳ ବାହିନୀ ଓ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଶିଶୁଟିକୁ ନଦୀରୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ କର୍ତ୍ତବ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବସ୍ତା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। #NewsUpdate #Basta #Balasore Ajit Kumar Sahoo Journalist t @top fans

Basta, Balasore | Aug 6, 2026

#ବିଜୁ_ଯୁବଛାତ୍ର_ଜନତା_ଦଳ_ପକ୍ଷରୁ_ରକ୍ତଦାନ_ଶିବିର_ଅନୁଷ୍ଠିତ।
 #୭୧_ୟୁନିଟ୍_ରକ୍ତ_ସଂଗ୍ରହ!

ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ କଟିପୋଲ ସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଛି। ବନ୍ୟା ପରିସ୍ଥିତି ଯୋଗୁଁ ରକ୍ତଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ଉଦ୍ଦେଶ୍ୟରେ ଛାତ୍ରନେତା ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଏବଂ ବସ୍ତା ବ୍ଲକ ସଭାପତି ତଥା ନିର୍ବାଚନମଣ୍ଡଳୀ ସଂଯୋଜକ ମହାଦେବ ଦାସଙ୍କ ତତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ବ୍ଲକ ଉପସଭାପତି ଦିଲ୍ଲୀପ ଦାସ ମହାପାତ୍ର, ବାଲିଆପାଳ ବ୍ଲକ ସଭାପତି ଭଗବାନ ଗିରି ଏବଂ ଜିଲ୍ଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଶିବିରର ଉଦ୍ଘାଟନ କରିଥିଲେ। ଅତିଥିମାନେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନର ମହତ୍ତ୍ୱ ଓ ସାମାଜିକ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଓ ସ୍ୱେଚ୍ଛାସେବୀ ଉତ୍ସାହର ସହ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଦେବେନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ଜେନା,ପରମେଶ୍ୱର ବାରିକ, ଶିବାନନ୍ଦ ଦାସ ଅଧିକାରୀ,ରାଜେଶ କୁମାର ଗିରି, ଶରତ ପ୍ରଧାନ, ଅଖିଳ ବେହେରା, ଚିତ୍ତରଞ୍ଜନ ଜେନା, ମନ୍ମଥ ଚକ୍ରବର୍ତ୍ତୀ, ଗୋପାଳକୃଷ୍ଣ ମହାନ୍ତି,ଅରୁଣ ଦାସ, ଦେବେନ୍ଦ୍ର ନାୟକ, ସଞ୍ଜୟ ବୁଗୁଡ଼ି, ସେକ ନସର ଅଲ୍ଲୀ, କାର୍ତ୍ତିକ ସାହୁ, ରାଜକିଶୋର ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ।
ଛାତ୍ରନେତା ରାଜକିଶୋର ବେହେରା, ପାର୍ଥସାରଥୀ ସାହୁ, ରାଜେଶ ବେହେରା, ଗୋପାଳଚନ୍ଦ୍ର ମହାନ୍ତି, ଶୁଭମ୍ ନାୟକ, ଆୟୁଷ ପ୍ରଧାନ, ଜଗବନ୍ଧୁ ବାଡ଼ି, ଉମାକାନ୍ତ ଦାସ, ଶିବ ବାଡ଼ି, ବିନୋଦ ବିଶ୍ୱାଳ, ସୁବ୍ରତ ବାଗ, ବିଭାସ ନାୟକ, ମିଥୁନ କୁମାର ବେହେରା ଓ ଭବଶଙ୍କର ମୁଖୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶିବିରରେ ମୋଟ ୭୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏହି ସାମାଜିକ ପଦକ୍ଷେପକୁ ସମସ୍ତ ମହଲରୁ ପ୍ରଶଂସା କରାଯାଇଛି।

Naveen Patnaik  Rajkishore Behera Rajesh Behera Dinabandhu Pradhan  Rabinarayan Satpathy Goutambuddha Das Ajit Kumar Sahoo Journalist Mahadev Das Dinabandhu Pradhan

#ବିଜୁ_ଯୁବଛାତ୍ର_ଜନତା_ଦଳ_ପକ୍ଷରୁ_ରକ୍ତଦାନ_ଶିବିର_ଅନୁଷ୍ଠିତ। #୭୧_ୟୁନିଟ୍_ରକ୍ତ_ସଂଗ୍ରହ! ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ କଟିପୋଲ ସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଛି। ବନ୍ୟା ପରିସ୍ଥିତି ଯୋଗୁଁ ରକ୍ତଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ଉଦ୍ଦେଶ୍ୟରେ ଛାତ୍ରନେତା ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଏବଂ ବସ୍ତା ବ୍ଲକ ସଭାପତି ତଥା ନିର୍ବାଚନମଣ୍ଡଳୀ ସଂଯୋଜକ ମହାଦେବ ଦାସଙ୍କ ତତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ବ୍ଲକ ଉପସଭାପତି ଦିଲ୍ଲୀପ ଦାସ ମହାପାତ୍ର, ବାଲିଆପାଳ ବ୍ଲକ ସଭାପତି ଭଗବାନ ଗିରି ଏବଂ ଜିଲ୍ଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଶିବିରର ଉଦ୍ଘାଟନ କରିଥିଲେ। ଅତିଥିମାନେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନର ମହତ୍ତ୍ୱ ଓ ସାମାଜିକ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଓ ସ୍ୱେଚ୍ଛାସେବୀ ଉତ୍ସାହର ସହ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଦେବେନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ଜେନା,ପରମେଶ୍ୱର ବାରିକ, ଶିବାନନ୍ଦ ଦାସ ଅଧିକାରୀ,ରାଜେଶ କୁମାର ଗିରି, ଶରତ ପ୍ରଧାନ, ଅଖିଳ ବେହେରା, ଚିତ୍ତରଞ୍ଜନ ଜେନା, ମନ୍ମଥ ଚକ୍ରବର୍ତ୍ତୀ, ଗୋପାଳକୃଷ୍ଣ ମହାନ୍ତି,ଅରୁଣ ଦାସ, ଦେବେନ୍ଦ୍ର ନାୟକ, ସଞ୍ଜୟ ବୁଗୁଡ଼ି, ସେକ ନସର ଅଲ୍ଲୀ, କାର୍ତ୍ତିକ ସାହୁ, ରାଜକିଶୋର ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ। ଛାତ୍ରନେତା ରାଜକିଶୋର ବେହେରା, ପାର୍ଥସାରଥୀ ସାହୁ, ରାଜେଶ ବେହେରା, ଗୋପାଳଚନ୍ଦ୍ର ମହାନ୍ତି, ଶୁଭମ୍ ନାୟକ, ଆୟୁଷ ପ୍ରଧାନ, ଜଗବନ୍ଧୁ ବାଡ଼ି, ଉମାକାନ୍ତ ଦାସ, ଶିବ ବାଡ଼ି, ବିନୋଦ ବିଶ୍ୱାଳ, ସୁବ୍ରତ ବାଗ, ବିଭାସ ନାୟକ, ମିଥୁନ କୁମାର ବେହେରା ଓ ଭବଶଙ୍କର ମୁଖୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶିବିରରେ ମୋଟ ୭୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏହି ସାମାଜିକ ପଦକ୍ଷେପକୁ ସମସ୍ତ ମହଲରୁ ପ୍ରଶଂସା କରାଯାଇଛି। Naveen Patnaik Rajkishore Behera Rajesh Behera Dinabandhu Pradhan Rabinarayan Satpathy Goutambuddha Das Ajit Kumar Sahoo Journalist Mahadev Das Dinabandhu Pradhan

Basta, Balasore | Aug 6, 2026

#ଭୋଜି_ଖାଇ_ବୟସ୍କ_ଓ_ଶିଶୁ_ଝାଡାଵନ୍ତି_ରୋଗରେ_ଆକ୍ରାନ୍ତ ।। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଖରିଦା ଗ୍ରାମରେ, ଗତ କାଲି ସନ୍ଧ୍ୟା ସମୟରେ ଗ୍ରାମର ବିଜୟ ମହାନ୍ତିଙ୍କର ନୂତନ ଘର ପ୍ରଦିଷ୍ଟ। ଥିଲା ବେଳେ ଗ୍ରାମବାସୀମାନଙ୍କୁ ଭୋଜି ଖାଇବାକୁ ନିମନ୍ତ୍ରଣ କରିଥିଲେ, ଗ୍ରାମର ସମସ୍ତ ଲୋକ ଭୋଜି ଖାଇଥିଲା ବେଳେ ଆଜି ଅପରାହ୍ନ ସମୟରେ ୩୦ରୁ ଅଧିକ ବୟସ୍କ, ମହିଳା ପୁରୁଷ ସହିତ ଛୋଟ ଛୋଟ ଶିଶୁମାନେ ଝାଡାଵନ୍ତି ରୋଗରେ ଆକ୍ରାନ୍ତ ହୋଇଥିଲେ ! #balasore #jalasore #OdishaNews #OdiaNews Er Sk Jagiruddin Mahima TV Ajit Kumar Sahoo Journalist Rajesh Giri Rajkishore Behera @top fans - Basta News