#ବିଜୁ_ଯୁବଛାତ୍ର_ଜନତା_ଦଳ_ପକ୍ଷରୁ_ରକ୍ତଦାନ_ଶିବିର_ଅନୁଷ୍ଠିତ।
#୭୧_ୟୁନିଟ୍_ରକ୍ତ_ସଂଗ୍ରହ!
ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ କଟିପୋଲ ସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଛି। ବନ୍ୟା ପରିସ୍ଥିତି ଯୋଗୁଁ ରକ୍ତଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ଉଦ୍ଦେଶ୍ୟରେ ଛାତ୍ରନେତା ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଏବଂ ବସ୍ତା ବ୍ଲକ ସଭାପତି ତଥା ନିର୍ବାଚନମଣ୍ଡଳୀ ସଂଯୋଜକ ମହାଦେବ ଦାସଙ୍କ ତତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ବ୍ଲକ ଉପସଭାପତି ଦିଲ୍ଲୀପ ଦାସ ମହାପାତ୍ର, ବାଲିଆପାଳ ବ୍ଲକ ସଭାପତି ଭଗବାନ ଗିରି ଏବଂ ଜିଲ୍ଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଶିବିରର ଉଦ୍ଘାଟନ କରିଥିଲେ। ଅତିଥିମାନେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନର ମହତ୍ତ୍ୱ ଓ ସାମାଜିକ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଓ ସ୍ୱେଚ୍ଛାସେବୀ ଉତ୍ସାହର ସହ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଦେବେନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ଜେନା,ପରମେଶ୍ୱର ବାରିକ, ଶିବାନନ୍ଦ ଦାସ ଅଧିକାରୀ,ରାଜେଶ କୁମାର ଗିରି, ଶରତ ପ୍ରଧାନ, ଅଖିଳ ବେହେରା, ଚିତ୍ତରଞ୍ଜନ ଜେନା, ମନ୍ମଥ ଚକ୍ରବର୍ତ୍ତୀ, ଗୋପାଳକୃଷ୍ଣ ମହାନ୍ତି,ଅରୁଣ ଦାସ, ଦେବେନ୍ଦ୍ର ନାୟକ, ସଞ୍ଜୟ ବୁଗୁଡ଼ି, ସେକ ନସର ଅଲ୍ଲୀ, କାର୍ତ୍ତିକ ସାହୁ, ରାଜକିଶୋର ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ।
ଛାତ୍ରନେତା ରାଜକିଶୋର ବେହେରା, ପାର୍ଥସାରଥୀ ସାହୁ, ରାଜେଶ ବେହେରା, ଗୋପାଳଚନ୍ଦ୍ର ମହାନ୍ତି, ଶୁଭମ୍ ନାୟକ, ଆୟୁଷ ପ୍ରଧାନ, ଜଗବନ୍ଧୁ ବାଡ଼ି, ଉମାକାନ୍ତ ଦାସ, ଶିବ ବାଡ଼ି, ବିନୋଦ ବିଶ୍ୱାଳ, ସୁବ୍ରତ ବାଗ, ବିଭାସ ନାୟକ, ମିଥୁନ କୁମାର ବେହେରା ଓ ଭବଶଙ୍କର ମୁଖୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶିବିରରେ ମୋଟ ୭୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏହି ସାମାଜିକ ପଦକ୍ଷେପକୁ ସମସ୍ତ ମହଲରୁ ପ୍ରଶଂସା କରାଯାଇଛି।
Naveen Patnaik Rajkishore Behera Rajesh Behera Dinabandhu Pradhan Rabinarayan Satpathy Goutambuddha Das Ajit Kumar Sahoo Journalist Mahadev Das Dinabandhu Pradhan
Basta, Balasore | Aug 6, 2026