#ଗୋରୁ_ଭର୍ତ୍ତି_ସ୍କର୍ପିଓ_ଜବତ !
#ଡ୍ରାଇଭର_ଫେରାର !
ବାଲେଶ୍ୱର ଜିଲ୍ଲା ବସ୍ତା ପୋଲିସ ଏକ ଗୋରୁ ଭର୍ତ୍ତି ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥର ନାଇକୁଡ଼ି ଛକ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ଉପରେ ସନ୍ଦେହ କରି ଅଟକାଇବାକୁ ଚେଷ୍ଟା କରିଥିଲା।ପୋଲିସକୁ ଦେଖି ଗାଡ଼ି ଚାଳକ ସ୍କର୍ପିଓକୁ ଛାଡ଼ି ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲେ। ପରେ ପୋଲିସ ଗାଡ଼ିଟିକୁ ଜବତ କରି ଥାନାକୁ ଆଣି ଯାଞ୍ଚ କରିବା ବେଳେ ସେଥିରୁ ୪ଟି ଗୋରୁଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ଆବଶ୍ୟକ ଚିକିତ୍ସା ଓ ଯତ୍ନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ, ଫେରାର ଡ୍ରାଇଭରଙ୍କୁ ଧରିବା ପାଇଁ ବସ୍ତା ପୋଲିସ ତଦନ୍ତ ଜାରି ରଖିଛି।
#spbalasore #OdishaPolice #bastapolice