ନାକଟିଦେଉଳ ରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର ସମୁଦାୟ 55ଟି ଅଭିଯୋଗ ପଞ୍ଜିକୃତ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କାର୍ଯ୍ୟାଳୟ ପରିସରସ୍ଥ ସଭାଗୃହ ଠାରେ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିରରେ ସମୁଦାୟ 55ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥି ମଧ୍ୟରୁ 21 ଟି ଗୋଷ୍ଠୀଗତ ଏବଂ 34 ଟି ବ୍ୟକ୍ତିଗତ ଅଭିଯୋଗ ପଞ୍ଜିକୃତ ହୋଇଥିଲା l ତେବେ ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତ ର ଜନ ସାଧାରଣ ଯୋଗଦେଇ ରାସନ କାର୍ଡ, ଆବାସ ଯୋଜନାରେ ଘର ଯୋଗାଣ, ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା, ସୁଭଦ୍ରା ଯୋଜନା ସମ୍ପର୍କିତ ଅଧି