ବାରିପଦା ସଦର: ମୟୂରଭଞ୍ଜରେ କ୍ରୀଡା ପ୍ରତିଭାଙ୍କୁ ଖୋଜିବା ପାଇଁ ଆରମ୍ଭ ହେଲା ନୂଆ ପ୍ରକଳ୍ପ
ମୟୂରଭଞ୍ଜ ଜିଲ୍ଲାରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟ୍ସ ଏକାଡେମୀ ଓ ଟାଟା ଟ୍ରଷ୍ଟ ପକ୍ଷରୁ କ୍ରୀଡା ପ୍ରତିଭାଙ୍କୁ ଠାବ କରିବା ପାଇଁ ଆରମ୍ଭ ହେଲା ନୂଆ ପ୍ରକଳ୍ପ। ୮ରୁ ୧୫ ବର୍ଷୀୟ ପିଲାଙ୍କୁ ତାଲିମ ଦେବା ଏହାର ଉଦ୍ଦେଶ୍ୟ। ପ୍ରଥମ ପର୍ଯ୍ୟାୟରେ ଫୁଟବଲକୁ ପ୍ରାଥମିକତା ଦିଆଯାଇଥିବା ବେଳେ ପରେ ଅନ୍ୟ ଖେଳ ସାମିଲ ହେବ।