ବାରିପଦା ସଦର: ବାରିପଦା ଟ୍ରାଫିକ ଛକରେ ଜଳିଲା ଟ୍ରାନ୍ସଫର୍ମର, ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଲୋକ
ବାରିପଦା ଟ୍ରାଫିକ ଛକରେ ପାର୍ବଣ ଭିଡ଼ ମଧ୍ୟରେ ଏକ ଟ୍ରାନ୍ସଫର୍ମର ଜଳିଯାଇଛି। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ବଡ଼ ଧରଣର ଅଘଟଣରୁ ସହରବାସୀ ଅଳ୍ପକେ ରକ୍ଷା ପାଇଛନ୍ତି।