ଢେଙ୍କାନାଳ ଜିଲ୍ଲା ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ପ୍ରଶାସନିକ କାର୍ଯ୍ୟର କଲେ ସମୀକ୍ଷା
#public #newsodiaodisha
#dhenkanal#jorandamahimagadi
ଢେଙ୍କାନାଳ: ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ସମ୍ବଲପୁର ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର (ଆଇଏଏସ୍) ଆଜି ଢେଙ୍କାନାଳ ଜିଲ୍ଲା ଗସ୍ତ କରିଛନ୍ତି। ଏହି ଅବସରରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ଜିଲ୍ଲାର ବିଭିନ୍ନ ପ୍ରଶାସନିକ କାର୍ଯ୍ୟକଳାପ ଏବଂ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସରକାରୀ ସେବାର ସ୍ଥିତି ସମୀକ୍ଷା କରିଥିଲେ।
ଏହାପରେ ଶ୍ରୀ ମହାପାତ୍ର ବିଶ୍ୱପ୍ରସିଦ୍ଧ ଜୋରନ୍ଦା ମହିମାଗାଦି ପୀଠ ପରିଦର୍ଶନ କରିଥିଲେ। ସେଠାରେ ମନ୍ଦିରର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ସହ ଚାଲୁଥିବା କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ।
ଏହି ଗସ୍ତ ମାଧ୍ୟମରେ ଜିଲ୍ଲାର ପ୍ରଶାସନିକ ବ୍ୟବସ୍ଥା ଓ ଜନସେବାର ମାନ ତଥା ମହିମାଗାଦିର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଥିଲା।