ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀଙ୍କ ଆରାଧନା, ଝଲସୁଛି ସୁସଜ୍ଜିତ ପୂଜା ମଣ୍ଡପ
ଆନନ୍ଦ, ଉଲ୍ଲାସ ଓ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହେଉଛି ପବିତ୍ର ଗଜଲକ୍ଷ୍ମୀ ପୂଜା। ଏହି ଅବସରରେ ଢେଙ୍କାନାଳ ସହରର ବିଭିନ୍ନ ସୁସଜ୍ଜିତ ପୂଜା ମଣ୍ଡପ ପରିଦର୍ଶନ କରି ମା’ ଗଜଲକ୍ଷ୍ମୀଙ୍କ ଦିବ୍ୟ ଦର୍ଶନ ଲାଭ କରିବାର ସୌଭାଗ୍ୟ ମିଳିଥିଲା।
ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବିଭିନ୍ନ ଆକର୍ଷଣୀୟ ଥିମ୍ରେ ନିର୍ମିତ ମନୋରମ ତୋରଣ, ଚିତ୍ତାକର୍ଷକ ମେଢ଼ ଓ ଆକର୍ଷଣୀୟ ଆଲୋକସଜ୍ଜା ଢେଙ୍କାନାଳ ସହରର ପୂଜା ମାହୋଲକୁ ଅଧିକ ଆକର୍ଷଣୀୟ କରିଛି। ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ସହରର ଉତ୍ସବମୁଖର ପରିବେଶକୁ ଆହୁରି ଜୀବନ୍ତ କରିଛି।
ଏହି ଅବସରରେ ବହୁ ଯୁବ ବନ୍ଧୁଙ୍କ ସହ ସାକ୍ଷାତ ଓ ଭାବ ବିନିମୟ ସହ ବିଭିନ୍ନ ସାମାଜିକ ଓ ସମସାମୟିକ ପ୍ରସଙ୍ଗରେ ଆଲୋଚନା କରିବାର ସୁଯୋଗ ମିଳିଥିଲା।
ମା’ ଗଜଲକ୍ଷ୍ମୀଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ହେଉ। ସମସ୍ତଙ୍କ ମଙ୍ଗଳ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
ଜୟ ମା’ ଗଜଲକ୍ଷ୍ମୀ। 🙏🏻❤️
#newsodiaodisha#public
#GajalaxmiPuja #Dhenkanal #LaxmiPuja Odisha Gajalaxmi Blessings