ବାଟରେ ଚାଲି ଯାଉଥିବା ମହିଳାଙ୍କୁ ଧକ୍କା ଦେଲେ ବାଇକ, ମହିଳା ମୃତ ବାଲିଶଙ୍କରା - କିଞ୍ଜିରକେଲା ଥାନା ଅନ୍ତର୍ଗତ ହଲମା ଗ୍ରାମରେ ଆଜି ଏକ ଅଘଟଣ ଘଟିଛି | ଜଣେ ମହିଳା ହଲମା ଗ୍ରାମର ରାସ୍ତାରେ ଚାଲି ନିଜ ଘରକୁ ଯାଉଥିବା ବେଳେ ହଠାତ ଦ୍ରୁତଗତିରେ ଏକ ବାଇକ ଆସି ମହିଳାଙ୍କୁ ଧକ୍କା ଦେଇଥିଲା | ମୃତ ମହିଳା ହେଲେ ଜାନକୀ ରାଉତ (୫୫) | ବାଇକ ଆରୋହୀ ପଡି ଉଠି ସେଠାରୁ ଫେରାର ହୋଇଯାଇଥିଲା | ଜାନକୀ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବାବେଳେ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କିଞ୍ଜିରକେଲା ଡାକ୍ତରଖାନାକୁ ପଠାଇ ପୁଲିସକୁ ଖବର ଦେଇଥିଲେ |