ସମ୍ବଲପୁର ମ୍ୟୁନିସିପାଲଟି: ବକ୍ସମା ବି ଜମନକିରା ଠାରେ ଅସହାୟଙ୍କୁ କମ୍ବଳ ବଣ୍ଟନ, ଯୋଗ ଦେଲେ ଉପଜିଲ୍ଲାପାଳ
କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ପଞ୍ଚାୟତ ଅନ୍ତର୍ଗତ ବି ଜମନକିରା ଠାରେ ନିରାଶ୍ରୟ ମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିଲିପଦର ସ୍ଥିତ ଗଡ୍ସ ପାୱାର ଏଣ୍ଡ ବ୍ଲେସିଙ୍ଗ ମିନିଷ୍ଟ୍ରି ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ କୁଚିଣ୍ଡା ଉପଜିଲ୍ଲାପାଳ ସି ସର୍ବାନନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିରାଶ୍ରୟ ,ବୃଦ୍ଧ ବୃଦ୍ଧା, ବିଧବା ତଥା ମାନସିକ ଅନଗ୍ରସର ଅସହାୟ ଲୋକ ଙ୍କୁ କମ୍ବଳ ଓ ବଡସିଟ ବଣ୍ଟନ କରିଥିଲେ।