ନାଉଗାଁ: ଜଗତସିଂହପୁରରେ 8 ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ: ଆରମ୍ଭ ହେଲା ନାମାଙ୍କନ ଦାଖଲ
ଜଗତସିଂହପୁର ଜିଲ୍ଲାର କଲେଜଗୁଡ଼ିକରେ 8 ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ନାଉଗାଁର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳାର ସହ ନାମାଙ୍କନ ଦାଖଲ ହୋଇଥିବା ବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।