SMS News Bureau Rourkela
ଆସନ୍ତା ନଭେମ୍ବର ୧୪ ରେ ବେଦବ୍ୟାସ ବ୍ରାହ୍ମଣୀ ନଦୀ ଉପରେ ସେତୁ ର ଭୂମିପୂଜନ ନେଇ ଆନୁସାଙ୍ଗିକ ପ୍ରସ୍ତୁତି।
ବ୍ରାହ୍ମଣୀ ନଦୀ ଉପରେ ବେଦବ୍ୟାସ ଠାରେ ନିର୍ମାଣ ହେବାକୁ ଥିବା ପୋଲର ଭୂମିପୂଜନ କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ୧୪ ତାରିଖ ଦିନ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହୋଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଉରକେଲା ଆସିବେ। ତାଙ୍କ ସହିତ ରାଜ୍ୟସଭା ସାଂସଦ ଶ୍ରୀ ଦିଲୀପ ରାୟ ଓ ବିଧାନସଭା ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ମଧ୍ୟ ଉପସ୍ଥିତ ରହିବେ।ଏ ନେଇ ଅମିତାଭ ସାମଲ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। ଉକ୍ତ ଦିନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଓ ଉପବାଚସ୍ପତି ଛେଣ୍ଡସ୍ଥିତ ହୃଷୀକେଶ ରାୟ କଲେଜ ମଧ୍ୟ ପରିଦର୍ଶନ କରିବେ। ସେଠାରେ ଶ୍ରୀ ହୃଷୀକେଶ ରାୟଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ଲୋକାର୍ପଣ କରାଯିବା ର କାର୍ଯ୍ୟକ୍ରମ ରହିଛି।