*ପରିଚ୍ଛନ୍ନ ପୂଜା ଓ ସବୁଜ ରାଉରକେଲା ପାଇଁ ପ୍ରଦୂଷଣ ବୋର୍ଡର ଆହ୍ୱାନ*
*ରାଉରକେଲା,:* ଶାରଦୀୟ ଦୁର୍ଗା ପୂଜାକୁ ପରିବେଶ ଅନୁକୂଳ ଓ ପରିଚ୍ଛନ୍ନ ଭାବେ ପାଳନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ପକ୍ଷରୁ ସମସ୍ତ ପୂଜା କମିଟି ଓ ଜନସାଧାରଣଙ୍କୁ ନିବେଦନ କରାଯାଇଛି।
ବୋର୍ଡର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକ ଏ ନେଇ ୪ଟି ପ୍ରମୁଖ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।
*୪ ସୂତ୍ରୀ ନିୟମ ହେଲା:*
*୧. ପ୍ଲାଷ୍ଟିକ୍ ମୁକ୍ତ ପୂଜା:* ମଣ୍ଡପରେ ଏକକ ବ୍ୟବହାର ପ୍ଲାଷ୍ଟିକ୍ ସମ୍ପୂର୍ଣ୍ଣ ବର୍ଜନ କରି କାଗଜ ପ୍ଲେଟ୍, ଶାଳ ପତ୍ର ଓ କପଡା ବ୍ୟାଗ ବ୍ୟବହାର କରିବାକୁ ଓ ପରିବେଶ ଅନୁକୂଳ ସାଜସଜ୍ଜାକୁ ପ୍ରୋତ୍ସାହନ ଦେବାକୁ କୁହାଯାଇଛି।
*୨. ସ୍ୱଚ୍ଛତା ହିଁ ସେବା:* ପ୍ରତ୍ୟେକ ମଣ୍ଡପ ପରିସରରେ ଦୁଇଟି ଡଷ୍ଟବିନ୍ ରଖିବା - ଓଦା ଆବର୍ଜନା ପାଇଁ ସବୁଜ ଓ ଶୁଖିଲା ଆବର୍ଜନା ପାଇଁ ନୀଳ ରଙ୍ଗର ଡଷ୍ଟବିନ୍ ବ୍ୟବହାର କରି ବର୍ଜ୍ୟବସ୍ତୁ ଅଲଗା କରିବା।
*୩. SPCB ଗାଇଡଲାଇନ୍ ପାଳନ:* ମୂର୍ତ୍ତିରେ ପ୍ରାକୃତିକ ରଙ୍ଗ ବ୍ୟବହାର, Plaster of Paris ଓ ବିଷାକ୍ତ ରଙ୍ଗ ବର୍ଜନ କରିବା। କେବଳ RMC ଦ୍ୱାରା ନିର୍ଦ୍ଧାରିତ ଅସ୍ଥାୟୀ ବିସର୍ଜନ ସ୍ଥଳରେ ମୂର୍ତ୍ତି ବିସର୍ଜନ କରିବା।
*୪. ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ:* ରାତି ୧୦ଟା ପରେ ଲାଉଡ୍ ସ୍ପିକର ବଜାଇବା ମନା। ନିର୍ଦ୍ଧାରିତ ଶବ୍ଦ ସୀମା ଭିତରେ ରହି ରୋଗୀ, ବୃଦ୍ଧ ଓ ଛାତ୍ରଛାତ୍ରୀଙ୍କ ପ୍ରତି ସହାନୁଭୂତିଶୀଳ ହେବା।
"ଭକ୍ତି, ପରିଚ୍ଛନ୍ନତା ଓ ପରିବେଶ ଯତ୍ନ ସହ ପୂଜା ପାଳନ କରନ୍ତୁ" ବୋଲି ଡ଼. ମଲ୍ଲିକ ନିବେଦନ କରିଛନ୍ତି। ଏଥିପାଇଁ ବୋର୍ଡ ପକ୍ଷରୁ ବିଭିନ୍ନ ପୂଜା ସ୍ଥଳରେ ହୋର୍ଡିଂ ଲଗାଯାଇ ଓ ନିର୍ଦେଶାବଳୀ ପ୍ରଦାନ ପୂର୍ବକ ସଚେତନତା କରାଯାଉଛି।