ଖଇରାରେ ମନ୍ଦିରରୁ ବଡ଼ ଧରଣର ଲୁଟ୍! ବାବା ବକ୍ରେଶ୍ୱର ଶୈବପୀଠରୁ ସୁନା, ରୁପା ଅଳଙ୍କାର ସହ ଟଙ୍କା ଲୁଟ୍
କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା। ଏଥର ଲୁଟେରାଙ୍କ ଟାର୍ଗେଟରେ ରହିଛି ମନ୍ଦିର। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଟିପିସଗଡ଼ିଆ ସ୍ଥିତ ବାବା ବକ୍ରେଶ୍ୱର ଶୈବପୀଠରେ ବିଳମ୍ବିତ ରାତିରେ ବଡ଼ ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ୧୦ରୁ ଊର୍ଦ୍ଧ୍ୱ ମୁଖାପିନ୍ଧା ଦୁର୍ବୃତ୍ତ ମନ୍ଦିରରେ ପଶି ତାଲା ଓ ସିସିଟିଭି କ୍ୟାମେରା ଭାଙ୍ଗିବା ସହ ଶିବ ମନ୍ଦିର, ଅନ୍ନପୂର୍ଣ୍ଣା ମନ୍ଦିର ଓ ମା' ଦୁର୍ଗା ମନ୍ଦିରରେ ଲୁଟ୍ କରିଥିବା ଅଭିଯୋଗ ରହିଛି। ଏପରିକି ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ୍ ହୋଇଥିବା କୁହାଯାଉଛି।
ଖବର ପାଇ ଖଇରା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଓ ଛାନଭିନ୍ ଆରମ୍ଭ କରିଛନ୍ତି। ମନ୍ଦିରରୁ ଏଭଳି ଲୁଟ୍ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।
ଏହି ଲୁଟ୍ ପଛରେ କିଏ? କେବେ ଧରାପଡ଼ିବେ ଦୁର୍ବୃତ୍ତ? ପୋଲିସ ତଦନ୍ତ ପରେ ସାମ୍ନାକୁ ଆସିବ ସମ୍ପୂର୍ଣ୍ଣ ତଥ୍ୟ।
ଅଧିକ ଓଡ଼ିଶାର ତାଜା ଖବର ପାଇଁ ଆମ ଚ୍ୟାନେଲକୁ Subscribe କରନ୍ତୁ।
#Khaira #BalasoreNews #TempleTheft #BakreshwarTemple #OdishaCrimeNews #OdiaNews #BreakingNews #TempleLoot