*କୁଆଁରମୁଣ୍ଡାରେ ଖୋଲିଲା ନିଶାମୁକ୍ତି କେନ୍ଦ୍ର : ନିଶାଖୋର ଯୁବ ପିଢ଼ିଙ୍କୁ ମିଳିବ ନୂଆ ଜୀବନ*
କୁଆଁରମୁଣ୍ଡା (ରାଉରକେଲା) ୩୧/୧୦, ଆଜି କୁଆଁରମୁଣ୍ଡା ଜଗନ୍ନାଥ ମନ୍ଦିର ନିକଟସ୍ଥ ଲକ୍ଷ ଫାଉଣ୍ଡେସନ ପକ୍ଷରୁ ନିଶାମୁକ୍ତି କେନ୍ଦ୍ରର ଶୁଭ ଉଦ୍ଘାଟନ ହୋଇଯାଇଛି।
ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟ ଯୋଗ ଦେଇଥିବା ବେଳେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଭରତେନ୍ଦ୍ର କୁମାର ସିଂଦେଓ ତାଙ୍କ କହିଥିଲେ ଯେ, ତାଙ୍କର ଶେଷ ନିଃଶ୍ଵାସ ଚାଲୁ ଥିବା ପର୍ଯ୍ୟନ୍ତ ସେ ଯୁବ ପିଢ଼ି ତଥା ଅଭ୍ୟାସଗତ ନିଶାଗ୍ରସ୍ତ ମଣିଷଙ୍କୁ ନିଶାମୁକ୍ତ କରିବାକୁ ପ୍ରୟାସ ଜାରି ରଖିବେ। ସମ୍ମାନୀୟ ଅତିଥି ଭାବେ ଲାଲୁ ସିଂଦେଓ, ବିନୋଦ ଦାସ ପ୍ରମୁଖ ଉପସ୍ଥିତ ରହି ଏହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।
ଏହି ନିଶାମୁକ୍ତି କେନ୍ଦ୍ରର ମୂଳ ଲକ୍ଷ୍ୟ ହେଲା, ନିଶା କରୁଥିବା ମଣିଷଙ୍କର ଚିକିତ୍ସା କରି ନିଶାଗ୍ରସ୍ତରୁ ଉଦ୍ଧାର କରିବା ସହ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା । ଏହା ହିଁ ଲକ୍ଷ ଫାଉଣ୍ଡେସନର ମୂଳ ଲକ୍ଷ୍ୟ ।
ଏହି ଉତ୍ସବରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଜିତେନ୍ଦ୍ର ସିଂଦେଓ, ସଞ୍ଜୀବ ସିଂଦେଓ, ରେଖା ଦାସ, ସୌରଭ ପଟ୍ଟନାୟକ, ଗୁପ୍ତେଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।
କୁଆଁରମୁଣ୍ଡାରୁ ବିୟୁର ରିପୋର୍ଟ ଓଡିଶା ସିଟି ନିୟୁଜ