#ପୁଣି_ନକଲି_କଫ୍_ସିରପ୍_ଜବତ
ଦୁଇ ଦିନ ତଳେ ନକଲି କଫ ସିରପ ପ୍ରସ୍ତୁତ କରୁଥିବାର ଘଟଣା ସୋହେଲା ଅଞ୍ଚଳରୁ ସାମ୍ନା କେ ଆସିଥିଲା । ଦୁଇ ଜଣ ଗିରଫ୍ ହୋଇଥିଲେ । କିନ୍ତୁ ଆଜି ପୁଣି ୨ ଗିରଫ, ଜଣେ ଫେରାର ହୋଇଯାଇଛି।ବରଗଡ ଜିଲ୍ଲା ସୋହେଲା ପୋଲିସ ଲୁହୁରାଚଟି ନିକଟରୁ ନକଲି କଫ୍ ସିରପ୍ ପ୍ରସ୍ତୁତ ଓ ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ହେଲେ ଅଲେଖ ସାହୁ (୩୩) ଗାଁ - ଖଇରପାଲି ,ଆଦିତ୍ୟ ଓରଫ ଆଦି ମହାପାତ୍ର, ଗାଁ- ଅର୍ଜୁଣ୍ଡା, ଆର୍
ମନୋଜ ମହାପାତ୍ର (୨୪), ଗାଁ -ପଣ୍ଡକିପାଲି ଫେରାର।
ପୋଲିସ ୪୬ ବୋତଲ କଫ୍ ସିରପ୍, ପ୍ରାୟ ୧୦ ଲିଟର ମିଶ୍ରଣ ତରଳ, ୩ଟି ମୋବାଇଲ ଓ ଏକ ମହିନ୍ଦ୍ରା ସ୍କର୍ପିଓ ଜବତ କରିଛି।