ରାହାସ ବିହାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ
କୁଚିଣ୍ଡା:୯/୭: କୁଚିଣ୍ଡା ବ୍ଲକର ଏକ ଅଗ୍ରଣୀ ଆବାସିକ ବିଦ୍ୟାଳୟ, ସାଲେଭାଡ଼ିସ୍ଥିତ ରାହାସ ବିହାରୀ ଉଚ୍ଚ ବିଦ୍ୟାଳୟର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦ୍ରହାସ କର୍ଣ୍ଣଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଅବସର ପ୍ରାପ୍ତ କଲେଜ୍ ଅଧ୍ୟକ୍ଷ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କରୁଣା କର କିଷାନ୍ , ସ୍କୁଲ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ପ୍ରଧାନ,ପ୍ରାକ୍ତନ ସଭାପତି ରବି ନାରାୟଣ ପଟେଲ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଚୌଧୁରୀ ଓ ପୂର୍ବତନ ସମ୍ପାଦକ ଦେବାନନ୍ଦ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସ୍କୁଲ ଗଠନର ଇତିହାସ ସମ୍ପର୍କରେ ଆଲୋଚନା କରିବା ସହ ଛାତ୍ର,ଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ ।ପ୍ରାରମ୍ଭରେ ସହକାରୀ ଶିକ୍ଷକ ଭୈରବ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେବା ସହ ମଞ୍ଚ କୁ ପରିଚାଳନା କରିଥିଲେ ।ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।ଶେଷରେ ଅନ୍ୟତମ ସହକାରୀ ଶିକ୍ଷକ ତ୍ରିଶଙ୍କର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।ଏହା ପରେ ପରିଚାଳନା କମିଟି ସଭ୍ୟ ରାଜେନ୍ଦ୍ର କିଷାନ୍, ନରେନ୍ଦ୍ର ମୁଣ୍ଡା,ପ୍ରମୋଦ ପାତ୍ର, ଗଜାନନ କିଷାନ୍, ସଂସ୍କୃତ ଶିକ୍ଷକ ପ୍ରଦୀପ ପଣ୍ଡା,ଜୟନ୍ତ ନାୟକ,ରଞ୍ଜନ ନାୟକ, ସଞ୍ଜୀବ ପତେଲ, ରାଜେନ୍ଦ୍ର ସାହୁ, କରୁଣା କିଷାନ୍ ପ୍ରମୁଖ ଙ୍କ ନେତୃତ୍ୱରେ ବିଭିନ୍ନ ସ୍ଲୋଗାନ ଦେବା ସହ ପ୍ରତିଷ୍ଠା ଦିବସକୁ ସ୍ମୁତି ପୂର୍ଣ୍ଣ କରିବାକୁ ୧୨୭ ଟି ବିଭିନ୍ନ ପ୍ରଜାତିର ଚାରା ରୋପଣ କରା ଯାଇ ଥିଲା । #kuchindatvlive #kuchinda #sambalpur #school #OdishaNews