#ବନ୍ଧା_ହେଲେ_ସୁପାରି_କିଲର ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଓକିଲକୁ ମାରାନ୍ତକ ଆକ୍ରମଣ ଘଟଣାରେ ୫ଜଣ କୁଖ୍ୟାତ ସୁପାରୀ କିଲର କୁ ଗିରଫ କରି କୋର୍ଟ ପଠାଇଲା ପୋଲିସ ମୁଖ୍ୟ ଆସାମୀ ସହିତ ୪ଜଣ ଫେରାର ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବାଲେଶ୍ୱର ଅତିରିକ୍ତ sp ପରେଶ କୁମାର ରାଉତ। ସୂଚନା ଅନୁଯାୟୀ ଗତ ୧୦ତାରିଖ ଦିନ ସିଦ୍ଧାର୍ଥ ଦାସ ନାମକ ଓକିଲ ଜଳେଶ୍ୱର କୋର୍ଟରୁ ଅପରାହ୍ନ ସମୟରେ ଘରକୁ ଫେରୁଥିଲା ବେଳେ ଏକ ବାଇକରେ ୩ଜଣ ଦୃବୁତ ଆସି ଧାରୁଆ ଅସ୍ତ୍ରରେ ମାରାନ୍ତକ ଆକ୍ରମଣ କରିଥିଲେ, ସିଦ୍ଧାର୍ଥର କାନ୍ଧ ଓ ହତାରେ ଗଭୀର ଖାତ ହୋଇଥିଲା ବେଳେ ସେ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହେଉଛନ୍ତି, ତେବେ ଉକ୍ତ ଆକ୍ରମଣ ଘଟଣାରେ ୫ଜଣ ସୁପାରୀ କିଲରକୁ ପୋଲିସ ଆଜି ଗିରଫ କରି କୋର୍ଟ ପଠାଇ ଥିଲା ବେଳେ ସେମାନେ ଆକ୍ରମଣ ସମୟରେ ବ୍ୟବହାର କରିଥିବା ଧାରୁଆ ଅସ୍ତ୍ର ଓ ଦୁଇଟି ବାଇକ ଜବତ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବାଲେଶ୍ୱର ଅତିରିକ୍ତ ଏସପି ପରେଶ କୁମାର ରାଉତ,,ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ବେଳେ ମୁଖ୍ୟ ଆସାମୀ ସହିତ ଆଉ ୩ ଜଣ ଫେରାର ଥିବା ବେଳେ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି, ଆକ୍ରମଣ ପାଇଁ ୫ଲକ୍ଷ ଟଙ୍କା ଡିଲ ହୋଇଥିଲା ବେଳେ ୧ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି, ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ଏସଡିପିଓ ସୁରେଶ ଚନ୍ଦ୍ର ତ୍ରିପାଠୀ ଓ ଜଳେଶ୍ୱର ଥାନା ଅଧିକାରୀ ଅଶୋକ ବାରିକ ।
#police #action #newsfeed #Arrest #PoliceAction #balasore #PressMeet #Jaleswar