ପୋଟେରୁ ବ୍ରିଜ୍ ଉପରେ ଚାଲୁଛି ବନ୍ୟା ଜଳ, ମାଲକାନାଗିରି-ମୋଟୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍।
ଲଗାତାର ପ୍ରବଳ ବର୍ଷା ଏବଂ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ଆଜି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଅପରପକ୍ଷରେ, ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀଜଳ। ପୋଟେରୁ ବ୍ରିଜ୍ ଉପରେ ପାଣି ଚାଲୁଥିବାରୁ ମାଲକାନାଗିରିରୁ ମୋଟୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
#Malkangiri