ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ପରିସ୍ଥିତି। ଗତ କାଲି ରାତି ପ୍ରାୟ ୧୦ଟା ସମୟରେ କାଲିମେଳା ଅଞ୍ଚଳରୁ ଜଣେ ପ୍ରସୂତି ମହିଳାଙ୍କୁ ହସ୍ପିଟାଲରେ ଅଣାଯାଇଥିଲା। ମାତ୍ର ଡାକ୍ତରଙ୍କ ଅବହେଳା ଓ ସିଜରିଂ ନହେବା କାରଣରୁ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ରୋଗୀଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲେ ହେଁ, ସଠିକ୍ ସମୟରେ ଚିକିତ୍ସା ନମିଳିବାରୁ ଶେଷରେ ପ୍ରସୂତିଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।