ବକ୍ସମା ପଞ୍ଚୟତ ପକ୍ଷରୁ "ଏକ ପେଡ଼ ମାଁ କେ ନାମ" କାର୍ଯ୍ୟକ୍ରମ
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ଗ୍ରାମ ପଞ୍ଚାୟତ ପକ୍ଷରୁ ଜମନକିରା (ବି) ଗ୍ରାମରେ "ଏକ ପେଡ ମାଁ କେ ନାମ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଭିନ୍ନ ପ୍ରକାରର ମୋଟ ୭୦୦ ଚାରା ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସରସ୍ଵତୀ ଠାକୁର , ସମିତି ସଭ୍ୟ ରଶ୍ମି କୁସୁମ, ସାମ୍ବାଦିକ ସଞ୍ଜୟ ମିଶ୍ର, ସ୍ଥାନିୀୟ ୱାର୍ଡ ସଭ୍ୟ ଖତୀ ମେହେର, ପିଇଓ ରାକେଶ ପଟେଲ, ଏଡିଇଓ ସରୋଜ ଆଚାର୍ଯ୍ୟ, ଗ୍ରାମ ପଞ୍ଚାୟତର ବିଜେପି ସଭାପତି ସୋମବାର ବୁଡ଼ା, ସଞ୍ଜିବ ସାହୁ ଓ ଲୋକେଶ୍ଵର ନାୟକ, ପିଅନ ସୁରଥ ସିଂ ଯୋଗ ଦେଇ ଚାରା ରୋପଣ କରିଥିଲେ। ଏମାନଙ୍କ ସହିତ ସ୍ଥାନୀୟ ଗ୍ରାମ ସାଥୀ ଶାନ୍ତାନୁ ବୁଡ଼ା, ବକ୍ସମା ଜିପିଏଲଏଫର ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଗ୍ରାମବାସୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସରପଞ୍ଚ ସରସ୍ଵତୀ ଠାକୁର ଏବଂ ସମିତି ସଭ୍ୟ ରଶ୍ମି କୁସୁମ ପୂଜା ଅର୍ଚ୍ଚନା କରିବା ସହ ନାରିକେଳ ଫଟାଇ ଏହାର ଉଦ୍ଘାଟନ କରିଥିଲେ। ଏହା ପରେ ଜମନକିରା (ବି) ଗ୍ରାମ ଠାରୁ ବାଲିପଟା ପର୍ଯ୍ୟନ୍ତ ପ୍ରାୟ ଏକ କି: ମି ରାସ୍ତାରେ ବିଭିନ୍ନ ପ୍ରକାରର ୭୦୦ ଟି ଚାରା ରୋପଣ କରାଯାଇଥିଲା। #kuchindatvlive