ଆଗାମୀ ଶାରଦୀୟ ଦୁର୍ଗାପୂଜା ତଥା ଦଶହରା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମନ୍ୱୟ ବୈଠକରେ ସହରର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଯୋଗଦେଇଥିଲେ। ବିଶେଷ କରି ସ୍ଥାନୀୟ ଦୁର୍ଗା ମନ୍ଦିର କମିଟି, ପଞ୍ଚମୁଖୀ ମନ୍ଦିର କମିଟି ଏବଂ ମନ୍ଦିର ଛକ ପୂଜା କମିଟିର ସଭାପତି ଓ ସଦସ୍ୟମାନେ ଉପସ୍ଥିତ ରହି ପୂଜା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। #amarkuchinda #kuchinda