ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ଏବେ କୋରାପୁଟ ଜିଲ୍ଲାର ମହିଳାଙ୍କ ପାଇଁ ଆର୍ଥିକ ସହାୟତାର ଏକ ମୁଖ୍ୟ ମାଧ୍ୟମ ପାଲଟିଛି। ଯୋଜନାର ୫ମ କିସ୍ତିର ଟଙ୍କା କୋରାପୁଟ ଜିଲ୍ଲାର ୩ ଲକ୍ଷ ୧୬ ହଜାର ୭୪୫ ଜଣ ସୁଭଦ୍ରା ଉପଭୋକ୍ତାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି। ଏହାକୁ ନେଇ ଜିଲ୍ଲାର ମହିଳାଙ୍କ ମଧ୍ୟରେ ଉତ୍ସାହ ଓ ଖୁସି ପ୍ରକାଶ ପାଇଛି। ଏହି ଅବସରରେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଅଡିଟୋରିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।