ଘସିପୁରା: ଜରଦା ଗ୍ରାମରେ ୧୧୮ତମ ବାର୍ଷିକ ଶ୍ରୀ ରାଧାକୃଷ୍ଣ ଜୀଉ ଙ୍କ ପୂଜା ଓ ରାହାସ ଉତ୍ସବ ମଣ୍ଡପ ପରିଦର୍ଶନ କଲେ ବିଧାୟକ
ଘସିପୁରା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତଅନ୍ତର୍ଗତ ଜରଦା ଗ୍ରାମରେ ୧୧୮ତମ ବାର୍ଷିକ ଶ୍ରୀ ରାଧାକୃଷ୍ଣ ଜୀଉ ଙ୍କ ପୂଜା ଓ ରାହାସ ଉତ୍ସବ ଆଧ୍ୟାତ୍ମିକ ଓ ଧାର୍ମିକ ପରିବେଶ ମଧ୍ୟରେ ଶନିବାର ପ୍ରଭାତରୁ ଆରମ୍ଭ ହୋଇଅଛି, ଗ୍ରାମର କର୍ତ୍ତା ଭାବରେ କାର୍ତ୍ତିକ ବିଶ୍ୱାଳ ନିଷ୍ଠାର ସହ ବ୍ରତ ରଖି ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି । ବ୍ରାହ୍ମଣ ବିଚିତ୍ରାନନ୍ଦ ଦାଶ ଶ୍ରୀ ଶ୍ରୀ ରାଧାକୃଷ୍ଣ ଜୀଉ ଙ୍କ ମୃଣୟ ମୂର୍ତ୍ତି ରେ ଜୀବନ୍ୟାସ ଦେବା ସହ ପୂଜା କାର୍ଯ୍ୟ ଆରମ୍ଭ କରିଥିଲେ ଗ୍ରାମବାସୀ ଙ୍କ ପକ୍ଷ ରୁ ପୂଜା ମଣ୍ଡପ ସହିତ ଗ୍ରାମ ମଧ୍ୟ ସ୍ଥଳ କୁ ରଙ୍ଗୀନ ଆଲୋକମାଳା ରେ ସୁଶଜିତ କରା ଯାଇଛି।