ବୌଦ୍ଧରେ ଯୁବ ନେତୃତ୍ୱ ଓ ଚରିତ୍ର ଗଠନ ପାଇଁ 'MISAAL' ପ୍ରକଳ୍ପର ଶୁଭାରମ୍ଭ!
ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଆତ୍ମବିଶ୍ୱାସ, ଶୃଙ୍ଖଳା ଓ ସାମାଜିକ ଦାୟିତ୍ୱବୋଧର ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ "OASIS MISAAL" ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି।
Tofanpari Foundation ଏବଂ ଗୁଜରାଟର OASIS Movementର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, DPRO ବିଦ୍ୟାପତି ପଣ୍ଡା, OASIS Movementର ପ୍ରତିଷ୍ଠାତା ସଦସ୍ୟ ମେହୁଲ ପଞ୍ଚାଲ, ତୋଫାନପରି ଫାଉଣ୍ଡେସନ ସଭାପତି ବିଶ୍ୱଜିତ ମିଶ୍ର, ସମ୍ପାଦକ ତୋଫାନ ପରିଡ଼ା ଓ ପରାମର୍ଶଦାତା ଅଶୋକ କୁମାର ପାଣ୍ଡିଆ।
ଯୁବପିଢ଼ିଙ୍କ ଭିତରେ ଥିବା ପ୍ରତିଭାକୁ ଆଗକୁ ଆଣିବା, ଯୋଗାଯୋଗ କୌଶଳ, ନିଷ୍ପତ୍ତି ଗ୍ରହଣ କ୍ଷମତା ଓ ଦଳଗତ କାର୍ଯ୍ୟ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ସମାଜର ସକାରାତ୍ମକ ପରିବର୍ତ୍ତନର ବାହକ ଭାବେ ଗଢ଼ି ତୋଳିବା।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କଲେଜର ଅଧ୍ୟକ୍ଷ, ଅଧ୍ୟାପକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
#Boudh #YouthEmpowerment #OasisMisaal #TofanpariFoundation #Leadership #BoudhNews #Odisha