ବାରିପଦା ସଦର: ମହାସପ୍ତମୀରେ ଚଳଚଞ୍ଚଳ ପୂଜାମଣ୍ଡପ: ମା’ଙ୍କ ଆରାଧନାରେ ମଗ୍ନ ଶ୍ରଦ୍ଧାଳୁ
ମହାସପ୍ତମୀରେ ପୂଜାମଣ୍ଡପଗୁଡ଼ିକ ଭକ୍ତିମୟ ହୋଇଉଠିଛି। ଘଟ ସ୍ଥାପନା ଓ ନବପତ୍ରିକା ପ୍ରବେଶ ପରେ ମା’ ଦୁର୍ଗାଙ୍କ ବିଧିବଦ୍ଧ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ସୋମବାର ମହାଷ୍ଟମୀ ଓ ମଙ୍ଗଳବାର ମହାନବମୀ ପୂଜା ପରେ ବୁଧବାର ଦିନ ବିଜୟାଦଶମୀ ପାଳନ କରାଯିବ।