#ବାଲେଶ୍ୱର ସହରର DIC ଛକ ଠାରେ ଥିବା ପ୍ରସିଦ୍ଧ "ହୋଟେଲ ଶାନ୍ତି" ରେଷ୍ଟୁରାଣ୍ଟ ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି।
ସୂଚନା ଅନୁଯାୟୀ,
ହୋଟେଲ ପରିସରରେ ରୋଷେଇ ପାଇଁ ଥିବା ଗ୍ୟାସ ସିଲିଣ୍ଡର ହଠାତ୍ ବିସ୍ଫୋରଣ ହେବା ଯୋଗୁଁ ଏହି ନିଆଁ ବ୍ୟାପିଥିଲା ଏବଂ ଦେଖୁ ଦେଖୁ ସମଗ୍ର ହୋଟେଲକୁ ନିଜ କବଳକୁ ନେଇଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଚାରିଆଡ଼େ ଧୂଆଁମୟ ହୋଇଯିବା ସହ ବାହାରେ ଥିବା ଗାଡ଼ିମୋଟର ଓ ଆସବାବପତ୍ର ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି।
ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲାବେଳେ
ଘଟଣା ସମ୍ପର୍କରେ ବାଲେଶ୍ୱର ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଏକାଧିକ ଦମକଳ ଗାଡ଼ି ସହ ଘଟଣାସ୍ଥଳରେ ପହଞ୍ଚି ୟୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ପୋଲିସ ପ୍ରଶାସନ ମଧ୍ୟ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଥିଲା।ତେବେ ଏହି ଭୟଙ୍କର ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲେ ହେଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି।।।।।।।।
#baleswarnews
Baripada Town, Mayurbhanj | Sep 21, 2026