🚨 ଥାର ଗାଡିରେ ଆସି ATM ମେସିନ ଘୋଷାରି ନେଲେ ଦୁର୍ବୃତ୍ତ! CCTVରେ କଏଦ ହେଲା ଲୁଟର ଦୃଶ୍ୟ | ବାଲେଶ୍ୱର ଖଇରାଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା India1 ATMକୁ ଲକ୍ଷ୍ୟ କରି ଦୁର୍ବୃତ୍ତମାନେ ବଡ଼ ଲୁଟ ଉଦ୍ୟମ କରିଥିଲେ। ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି ଯେ, କଳା ରଙ୍ଗର ଏକ ଥାର ଗାଡିରେ ଆସିଥିବା ୫ରୁ ଅଧିକ ଦୁର୍ବୃତ୍ତ ATM ମେସିନକୁ ଦଉଡ଼ିରେ ବାନ୍ଧି ଘୋଷାରି ନେଇଥିଲେ। ପରେ କିଛି ଦୂରରେ ରାସ୍ତା ମଝିରେ ATMକୁ ଛାଡ଼ି ଫେରାର ହୋଇଯାଇଥିଲେ।
ATMରୁ କେତେ ଟଙ୍କା ଲୁଟ ହୋଇଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ବଜାରରେ ବାରମ୍ବାର ଲୁଟ ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ପୋଲିସର କାର୍ଯ୍ୟଦକ୍ଷତା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।#Balasore #Khaira #ATMRobbery #India1ATM #Thar #CCTV #OdishaNews #BreakingNews #CrimeNews #RCNOdia #OdiaNews #BalasoreNews