ସୋରଠାରେ ପାଳିତ ହେଲା ଜାତୀୟ ପ୍ରେସ ଦିବସ: ବୟୋଜ୍ୟେଷ୍ଠ ସାମ୍ବାଦିକ ସମ୍ବର୍ଦ୍ଧିତ
Sora, Balasore | Nov 16, 2026
ସୋର ସଂସ୍କୃତି ଭବନରେ ପ୍ରେସ କ୍ଲବ ସୋର ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିବା ବେଳେ 'ସାମ୍ବାଦିକତା: ଲୋକପ୍ରିୟତା କି ଉତ୍ତରଦାୟିତ୍ଵ' ଉପରେ ଆଲୋଚନା ହୋଇଥିଲା। ବୟୋଜ୍ୟେଷ୍ଠ ସାମ୍ବାଦିକ ଗୟାଧର ନାୟକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି।